ଭୁବନେଶ୍ୱର: ମାଗଣା ଖାଦ୍ୟ ନମିଳିବାରୁ କିଛି ଦୁର୍ବୁତ୍ତ ଭୁବନେଶ୍ୱରର ଭିଏସଏସ ନଗର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ମଦ୍ୟପାନ କରିଥିବା ବ୍ୟକ୍ତିମାନେ ହୋଟେଲ ପରିସରରେ ଜୋରଜବରଦସ୍ତ ପ୍ରବେଶ କରି ଜିନିଷ ପତ୍ର ଭଙ୍ଗାରୁଜା ନଷ୍ଟ କରିଥିଲେ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।
ହୋଟେଲ ମାଲିକଙ୍କ ଅନୁଯାୟୀ, ସେଠାରେ ମଦ୍ୟପାନ ନକରିବାକୁ କୁହାଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ହୋଟେଲ ବାହାରେ ମଦ୍ୟପାନ କରୁଥିଲେ। ଯେତେବେଳେ ସେମାନଙ୍କୁ ମାଗଣା ଖାଦ୍ୟ ଦେବାକୁ ମନା କରାଯାଇଥିଲା ସେତେବେଳେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା।
ଏନେଇ ହୋଟେଲ କର୍ମଚାରୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରି ଅପରାଧୀଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଛାନଭିନ୍ନ ଆରମ୍ଭ କରିଛି। ହୋଟେଲର ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
Comments are closed.