ପଞ୍ଜାବର ପୂର୍ବତନ ଡିଜିପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ବୋହୂ ସହ ଥିଲା ଅନୈତିକ ସମ୍ପର୍କ…
ପଞ୍ଜାବର ପୂର୍ବତନ ଡିଜିପିଙ୍କ ପୁଅର ମୃତ୍ୟୁକୁ ନେଇ ଖୋଲୁଛି ଗୁମର
ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ବିରୁଦ୍ଧରେ ତାଙ୍କ ପୁଅ ଆକିଲ ଅଖତରଙ୍କୁ ହତ୍ୟା କରିବା ନେଇ ଏକ ମାମଲା ରୁଜୁ କରାଯାଇଛି।
ତେବେ ଏହି ମାମଲାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିଛି। ଅକିଲ ଅଖତର ପେଶାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଜଣେ ଓକିଲ ଥିଲେ। ଅକ୍ଟୋବର ୧୬ ତାରିଖରେ ପଞ୍ଚକୁଲାର ସେକ୍ଟର ୪ ଏମଡିସିରେ ଥିବା ତାଙ୍କ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ତୁରନ୍ତ ସେକ୍ଟର ୬ ସ୍ଥିତ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ୨୦ ଅକ୍ଟୋବରରେ ପଞ୍ଚକୁଲାର ଏମଡିସି ଥାନାରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଏଫଆଇଆରରେ ପୂର୍ବତନ ଡିଜିପି ମୁସ୍ତାଫା, ପୂର୍ବତନ ମନ୍ତ୍ରୀ ସୁଲତାନ, ଅକିଲ ଅଖତରଙ୍କ ପତ୍ନୀ ଏବଂ ତାଙ୍କ ଭଉଣୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ତେବେ ଅକିଲ ଅଖତର ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ରେକର୍ଡ କରିଥିଲେ। ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତାଙ୍କ ସହ ତାଙ୍କ ପତ୍ନୀଙ୍କ ଅବୈଧ ସମ୍ପର୍କ ରହିଥିଲା।ଏଥିସହିତ ସେ ତାଙ୍କ ମାଆ ରଜିଆ ସୁଲତାନା ଏବଂ ଭଉଣୀଙ୍କ ବିରୁଦ୍ଧରେ ମଧ୍ୟ ଗମ୍ଭୀର ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ ଆଣିଥିଲେ। ଏହି ଭିଡିଓଟି ଅଗଷ୍ଟ ୨୭ରେ ରେକର୍ଡ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଭିଡିଓ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
ଡ୍ରଗ୍ସ ଓଭରଡୋଜ୍ ଯୋଗୁଁ ଅକିଲଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଦାବି କରିଥିଲେ। ଏଥିସହିତ ଅଖତାର ଡ୍ରଗ୍ସ ଓଭରଡୋଜ୍ ଯୋଗୁଁ ସେ ଗମ୍ଭୀର ସ୍ବାସ୍ଥ୍ୟ ଜନିତ ରୋଗରେ ପୀଡିତ ହୋଇପାରନ୍ତି ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ତେବେ ୨୦୨୧ ମସିହାରେ ପଞ୍ଜାବ ପୋଲିସରୁ ଅବସର ନେବା ପରେ ମହମ୍ମଦ ମୁସ୍ତାଫା କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏଥିସହିତ ତାଙ୍କ ପତ୍ନୀ ରଜିଆ ସୁଲତାନା ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ମାଲେରକୋଟଲାରୁ ତିନି ଥର ବିଧାୟକ ମଧ୍ୟ ହୋଇ ସାରିଛନ୍ତି। ସେ ପଞ୍ଜାବରେ ପୂର୍ବତନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
Comments are closed.