ପୁରୀ: ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ‘ବଳଭଦ୍ର ଜୈବିକ ଚାଷ ମିଶନ’ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି ।
ସୂଚନାଥାଉକି, ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି ।
ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ । ଜୈବିକ ମହାପ୍ରସାଦ ପାଇଁ ଆନନ୍ଦ ବଜାରରେ ସ୍ୱତନ୍ତ୍ର କାଉଣ୍ଟର ହେବ ।
ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ ।
ଗତ ରଥଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ଭୋଗରେ ବ୍ୟବହାର ହୋଇଥିଲା ଜୈବିକ ଚାଉଳ ।
Comments are closed.