ପାରାଦୀପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା ମନ୍ଥା । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟ ଭିତରେ ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି ।
ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ କରାଯାଇଛି । ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦ, ନୂଆବଜାର, ଚୌମୁହାଣି ଅଞ୍ଚଳରେ ପ୍ରଚାର ଯୋଗେ ସତର୍କ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି ।
ସେପଟେ, ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ, ଜଳସମ୍ପଦ, ଶକ୍ତି ଏବଂ କୃଷି ବିଭାଗ ସେମାନଙ୍କର ପୂର୍ଣ୍ଣ ଶକ୍ତି ନିୟୋଜିତ କରିଛନ୍ତି। ବନ୍ୟା, ନଦୀ ବନ୍ୟା ଏବଂ ଘୂର୍ଣ୍ଣିଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶା ଏକ ସମ୍ଭାବ୍ୟ ରାଜ୍ୟ ।
Comments are closed.