ରାଞ୍ଚି: ଝାଡଖଣ୍ଡ ହସ୍ପିଟାଲୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ରକ୍ତ ନେବା ପରେ ୫ ଜଣ ଶିଶୁ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ସାତ ବର୍ଷୀୟ ଥାଲାସେମିଆ ରୋଗୀ ଅଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ କ୍ରୋଧ ଓ ଆତଙ୍କ ସୃଷ୍ଟି କରିଛି ।
ଖବର ମୁତାବକ, ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଥିବା ଚାଇବସା ସଦର ହସ୍ପିଟାଲ ବ୍ଳକ ବ୍ୟାଙ୍କରୁ ରକ୍ତ ଆଣି ରକ୍ତହୀନତାର ଶୀକାର ହୋଇଥିବା ଜଣେ ଶିଶୁକୁ ଦିଆଯାଇଥିଲା । ରକ୍ତ ଦେବା ପରେ ତା ଠାରେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହାପରେ ସେହି ସମୟରେ ରକ୍ତ ଦିଆଯାଇଥିବା ଅନ୍ୟ ଶିଶୁ ମାନଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରିବା ପରେ ୫ ଶିଶୁ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ଏକ ଉଚ୍ଚସ୍ତରୀୟ ଚିକିତ୍ସା ଟିମ୍ ତଦନ୍ତ କରିବା ପରେ ଜଣାପଡିଛି ଯେ, ବ୍ଲଡ୍ ବ୍ୟାଙ୍କରେ କିଛି ଅସଙ୍ଗତି ଦେଖାଯାଇଛି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେଗୁଡ଼ିକ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.