Latest Odisha News

BREAKING NEWS

Fake Currency Racket:ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ; ୨ ଲକ୍ଷ ମାର୍କେଟରେ…

ସୁବର୍ଣ୍ଣପୁର: ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ କଲା ପୋଲିସ । ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ । ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଯାହାର ମୂଲ୍ୟ ୪ ଲକ୍ଷ ୧୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଏହି ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୩ଟି ମୋବାଇଲ୍ ଜବତ ହୋଇଛି ।

ସୂଚନାଥାଉକି, ଅଭିଯୁକ୍ତମାନେ ୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି ।

ଏହି ନକଲି ନୋଟ କାରବାରରେ ସଂପୃକ୍ତି ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ସହର ପାତିକାରପଡ଼ାର ଅଶୋକ ନାଏକ ଓ ନକଲି ଟଙ୍କା ଗ୍ରହଣ କରୁଥିବା ଲଛିପୁର ଥାନା ରେଙ୍ଗାଲିଟିଜ୍ରା ଗାଁର ଜୟ ନାରାୟଣ ବସ୍ତିଆଙ୍କୁ ଗିରଫ କରାଯାଇଛି ।

ତେବେ ଏ ଜାଲ୍ ନୋଟ୍ କେଉଁଠୁ ଆସିଥିଲା, କେଉଁ ସହରକୁ ଜାଲ୍ ନୋଟ୍ ଚେର ଲମ୍ବିଛି ଏବଂ ଏହାର ମାଷ୍ଟରମାଇଣ୍ଡ କିଏ ସେନେଇ ପୋଲିସ ଖୋଳତାଡ କରୁଛି ।

 

Comments are closed.