Latest Odisha News

BREAKING NEWS

ସାମୀଙ୍କ ସହ ଆଲୋଚନା କଲେ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ମହମ୍ମଦ ସାମୀ ଅଷ୍ଟ୍ରେଲିଆ ବିପକ୍ଷରେ ଚୟନ ନ ହେବା ଆଲୋଚନାର ବିଷୟ ହୋଇଛି । ଆଘାତ ସମସ୍ୟା ଯୋଗୁ ସେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳି ନ ଥିଲେ । ପରେ ସେ ଫିଟ ହେବା ସତ୍ୱେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନ ଥିଲେ । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ସେ ଫିଟନେସ କାରଣରୁ ଚୟନ ହୋଇ ନ ଥିଲେ ବୋଲି କହିଥିଲେ । ଏହା ପରେ ସେ ସମ୍ପୂର୍ଣ୍ଣ ଫିଟଥିବା ମିଡିଆ ସମ୍ମୁଖରେ କହିଥିଲେ ।

ଏବେ ରଣଜୀ ମ୍ୟାଚ ଅବସରରେ ଚୟନ କମିଟି ସଦସ୍ୟ ଆର ପି ସିଂ ତାଙ୍କୁ ଭେଟିଛନ୍ତି । ବେଙ୍ଗଲ ପକ୍ଷରୁ ରଣଜୀ ଖେଳୁଥିବା ସାମୀ ପ୍ରଥମ ମ୍ୟାଚରେ ପ୍ରଭାବୀ ବୋଲିଂ କରିଥିଲେ । ଏହା ପରେ ଉଭୟ କଥା ହୋଇଥିଲେ । ତେବେ ସେମାନେ କଣ ଆଲୋଚନା କରିଥିଲେ ତାହା ସ୍ପଷ୍ଟ ହୋଇନି । ସାମୀ କୌଣସି ଅଭିଯୋଗ କରିଛନ୍ତି ନାଁ ଚୟନ କମିଟି ତାଙ୍କ ବୟାନ ନେଇ ଅସନ୍ତୋଷ ବ୍ୟକ୍ତ କରିଛି, ତାହା ସ୍ପଷ୍ଟ ହୋଇ ପାରିନି । ଉତରାଖଣ୍ଡ ବିପକ୍ଷରେ ସାମୀ ୭ଟି ୱିକେଟ ନେଇଥିଲେ । ସେହିପରି ଗୁଜରାଟ ବିପକ୍ଷରେ ମଧ୍ୟ ସେ ୩ଟି ୱିକେଟ ହାସଲ କରିଛନ୍ତି । ସାମୀ କହିଥିଲେ ଯଦି ମୁଁ ୪ ଦିନିକିଆ ମ୍ୟାଚ ଖେଳିପାରୁଛି ତେବ ନିଶ୍ଚିତ ଭାବେ ଦିିନିକିଆ ମୁକାବିଲାରେ ଅଂଶଗ୍ରହଣ କରିପାରିବି ।

Comments are closed.