ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଟି୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଦିନିକିଆ ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଆଗକୁ ବିଶ୍ୱକପ ଥିବାରୁ ଏହି ସିରିଜ ପ୍ରତି ସମସ୍ତଙ୍କ ନଜର ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହି ସିରିଜ ଅଗ୍ନି ପରୀକ୍ଷା ସଦୃଶ । ଅଧିନାୟକ ଓ ବ୍ୟାଟ୍ସମ୍ୟାନଭାବେ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଟି୨୦ ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ୨୦୨୫ରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତିି । ୧୨ ମ୍ୟାଚରେ ସେ ମାତ୍ର ୧୦୦ ରନ ସଂଗ୍ରହ କରିଛନ୍ତି । ଅଧିନାୟକ ଭାବେ ଭାରତ ବିଜୟ ଧାରା ବଜାୟ ରଖିଥିବା ବେଳେ ସୂର୍ଯ୍ୟକୁମାର କିନ୍ତୁ ଫର୍ମକୁ ଫେରି ନାହାନ୍ତି ।
ଓଭରାଲ ସୂର୍ଯ୍ୟକୁମାର ୯୦ ମ୍ୟାଚରେ ୩୭ ଆଭରେଜରେ ୨୬୭୦ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୧ ଅର୍ଦ୍ଧଶତକ ସାମିଲ । ମିଡିଲ ଅର୍ଡରରେ ସେ ଦଳ ପାଇଁ ବୋଝ ହୋଇ ଯାଉଛନ୍ତି । ଏସିଆ କପରେ ସେ ୦, ୫, ୧୨ ଓ ୧ ରନ କରିଥିଲେ । ଟି୨୦ ବିଶ୍ୱକପ ୨୦୨୬ରେ ଆୟୋଜିତ ହେବ । ଏହା ମଧ୍ୟରେ ଭାରତ ୧୫ଟି ମ୍ୟାଚ ଖେଳିବ । ଏହି ମ୍ୟାଚରେ ପ୍ରଦର୍ଶନ ମାଧ୍ୟମରେ ସୂର୍ଯ୍ୟକୁମାର ନିଜର ଓ ଦଳର ମନୋବଳ ବଢ଼ାଇବାକୁ ଚାହିଁବେ । ଶୁଭମନ ଗିଲଙ୍କୁ ଉପ ଅଧିନାୟକ କରାଯିବା ପରେ ସୂର୍ଯ୍ୟକୁମାର ସାମାନ୍ୟ ଚାପରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କଠାରୁ ପ୍ରଶଂସକମାନେ ଭଲ ଇନିଂସ ଆଶାରେ ରହିଛନ୍ତି ।
Comments are closed.