Latest Odisha News

BREAKING NEWS

Cyclone montha:’ମୋନ୍ଥା’ ପାଇଁ ପୁରୀ,ନୟାଗଡ଼ ଜିଲ୍ଲାରେ ଏହି ୨ ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ଆସୁଥିବା ବାତ୍ୟା ‘ମୋନ୍ଥା’ ଉପରେ ନଜର ରଖି ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ରହିବ । ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ୨ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ପୁରୀ ଓ ନୟାଗଡ଼ରେ ୨୮ ଓ ୨୯ ତାରିଖ ଦୁଇ ଦିନ ପାଇଁ ସ୍କୁଲ ଛୁଟି ରହିବ ।

ସୂଚନାଥାଉକି, ବାତ୍ୟା ପାଇଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ ବୋଲି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସ୍କୁଲ ଛୁଟି ରହିବ ପୁରୀରେ । ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରହିବ ସ୍କୁଲ୍‌ ଓ ସ୍କୁଲ୍‌ର ଶିକ୍ଷକମାନେ ଏହାର ତଦାରଖ କରିବେ ବୋଲି ସୂଚନା ରହିଛି ।

ସୂଚନାଥାଉକି, ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମୋନ୍ଥା । ଆସନ୍ତାକାଲି ସକାଳୁ ନେବ ଭୀଷଣ ବାତ୍ୟାର ରୂପ । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖାପାଖିରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ରେଡ ଜୋନରେ ଅଛି ଦକ୍ଷିଣ ଓ ୮ ଜିଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ। ଏସବୁ ଜିଲାରେ ଭୀଷଣ ବର୍ଷା ପବନ ସମ୍ଭାବନା ରହିଛି।

 

 

Comments are closed.