Latest Odisha News

BREAKING NEWS

ଶ୍ରେୟାଶଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଭାରତର ଉପ ଅଧିନାୟକ ଶ୍ରେୟାଶ ଆୟାର ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଅକ୍ଟୋବର ୨୯ରୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାଥୀ ଖେଳାଳି ଶ୍ରେୟାଶଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବଡ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ଶ୍ରେୟାଶ ସୁସ୍ଥ ହେଉଛନ୍ତି । ସେ ଆମ ସହିତ ଫୋନରେ କଥା ମଧ୍ୟ ହୋଇଛନ୍ତି । ଡାକ୍ତର ଏବେ ତାଙ୍କୁ କିଛି ନଜରରେ ରଖିବେ । ସେ ବିପଦମୁକ୍ତ ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ସୂର୍ଯ୍ୟକୁମାର କହିଛନ୍ତି । ଆୟାରଙ୍କୁ ଯେଉଁ ଭଳି ଭାବେ ଆଘାତ ଲାଗିଲା ତାହା ନିଶ୍ଚିତଭାବେ ଦୁର୍ଭାଗ୍ୟପୂର୍ଣ୍ଣ ।

ସେ ଏକ ଭଲ ପ୍ରତିଭା ହୋଇଥିବାରୁ ଭଗବାନ ତାଙ୍କୁ ସହାୟ ହୋଇଥିଲେ । ଯେତେଦୂର ସମ୍ଭବ ଆମେ ତାଙ୍କୁ ଭାରତ ସଙ୍ଗରେ ନେଇକି ଯିବୁ । ଶ୍ରେୟାଶ ଏବେ ଡାକ୍ତରଖାନାରେ ଖାଇବା ଏବଂ ନିଜେ ନିଜେ ଚାଲିବା ଆରମ୍ଭ କରିଛନ୍ତି । ଫିଜିଓଥେରାପିଷ୍ଟ ମଧ୍ୟ ତାଙ୍କ ଉନ୍ନତିରେ ବେଶ ଖୁସୀ ଅଛନ୍ତି । ସେ ଏବେ ଜେନେରାଲ ୱାର୍ଡରେ ଅଛନ୍ତି ଏବଂ ତାଙ୍କୁ ଖୁବ ଶୀଘ୍ର ଡାକ୍ତରଖାନାରୁ ଛୁଟି ମିଳିଯିବ ବୋଲି ଆଶା କରାଯାଉଛି ।

Comments are closed.