କାନପୁର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ଓ ଉତରପ୍ରଦେଶ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ପାଇଥିବା ବେଳେ ଓଡିଶା ୧ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୪୩ ରନ କରିଥିଲା । ଏହାର ଜବାବରେ ୟୁପି ଟିମ ୬ ୱିକେଟ ବିନିମୟରେ ୪୦୯ ରନ କରି ଇନିଂସ ଘୋଷଣା କରିଥିଲେ । କରନ ଶର୍ମା ୧୨୧ ଓ ଆରାଧ୍ୟ ଯାଦବ ୧୦୧ ରନ କରିଥିଲେ । ଓଡିଶା ପକ୍ଷରୁ ସମ୍ବିତ ବରାଳ ସର୍ବାଧିକ ୩ଟି ଏବଂ ବାଦଲ ବିଶ୍ୱାଳ ଓ ସୁମିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
ପ୍ରଥମ ଇନିଂସରେ ପଛୁଆ ରହିବା ପରେ ଓଡିଶ ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ କରିଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୩ ୱିକେଟ ବିନିମୟରେ ୧୫୧ ରନ କରିବା ପରେ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା । ସ୍ୱସ୍ତିକ ସାମଲ ୭୧ ଓ ଗୋବିନ୍ଦ ପୋଦ୍ଦାର ୩୮ ରନ କରି ଅପରାଜିତ ରହିଥିଲେ । ଆଶୀର୍ବାଦ ସ୍ୱାଇଁ ୨୪, ସନ୍ଦୀପ ପଟ୍ଟନାୟକ ୫ ଓ ଶୁଭ୍ରାଂଶୁ ସେନାପତି ୧୧ ରନ କରି ଆଉଟ ହୋଇଥିଲେ । ୟୁପି ପକ୍ଷରୁ ଶିବମ ମାଭି ୨ଟି ଏବଂ କୁଣାଳ ତ୍ୟାଗୀ ଗୋଟିଏ ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ଓଡିଶାର ସନ୍ଦୀପ ପଟ୍ଟନାୟକ, ସମ୍ବିତ ବରାଳ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ହାସଲ କରିଥିଲେ । ୟୁପିର କରନ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓଡିଶା ତାର ପରବର୍ତୀ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ଭେଟିବ । ଏହି ମ୍ୟାଚ ନଭେମ୍ବର ୧ରୁ କଟକରେ ଖେଳାଯିବ ।
Comments are closed.