Latest Odisha News

BREAKING NEWS

ରାଜ୍ୟରେ ବିଦ୍ୟୁତାଘାତ ଯୋଗୁଁ ହାତୀ ମୃତ୍ୟୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ ଗଜରାଜଙ୍କ ଉପରେ ଦିନକୁ ଦିନ ବିପଦ ଅଧିକ ମାଡି ଆସୁଛି । ବିଭିନ୍ନ କାରଣରୁ ହାତୀ ସଂଖ୍ୟା କମିବାରେ ଲାଗିଛି । କେଉଁଠି ଦ୍ରୁତଗାମୀ ଟ୍ରେନର ଶୀକାର ତ କେତେବେଳେ ଗଭୀର କୂଅରେ ପଡି ଓ ଆଉ କେଉଁଠି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟୁଛି ।

ସୂଚନା ଅନୁଯାୟୀ ପ୍ରାୟ ଗତ୧୦ ଦିନ ଭିତରେ ଅନୁଗୁଳ ଜିଲ୍ଲାରେ ପାଖାପାଖି ୫ଟି ହାତୀଙ୍କ ମୃତ୍ୟୁ ହୋଇସାରିଲାଣି ସେଥିମଧ୍ୟରୁ ୨ଟି ହାତୀର ମୃତ୍ୟୁ ଦୁର୍ଘଟଣାରେ ହୋଇଛି । ୨୦୦୦ ମସିହାରୁ ଏଯାଏଁ ବିଦ୍ୟୁତ ଆଘାତରେ ପାଖାପାଖି ୧୬୭ଟି ହାତୀର ମୃତ୍ୟୁ ହୋଇସାରିଲାଣି ।

ତେବେ ୨୦୦୦-୧୦ ମଧ୍ୟରେ ୬୭ ହାତୀର ମୃତ୍ୟୁ ହୋଇଛି । ‘ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା’ ର ମୁଖ୍ୟ ବିଶ୍ୱଜିତ ମହାନ୍ତି ଏକ ସୂଚନା ଦେଇ କହିଛିନ୍ତି ଯେ ହାତୀ ମୃତ୍ୟୁ ମୁଖ୍ୟତଃ ବିଦ୍ୟୁତ ବାଡ, ଝୁଲନ୍ତା ବିଦ୍ୟୁତ ତାର ଓ ବିଦ୍ୟୁତ ତାରରେ ନିର୍ମିତ ଶିକାରୀ ଯନ୍ତା ହାତୀ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି ।

ସୂଚନା ଅନୁଯାୟୀ ୨୦୧୦-୧୮ ଅଗଷ୍ଟ ମଧ୍ୟରେ ପ୍ରାୟ ୯୦ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.