ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ ପାକିସ୍ତାନର ସ୍ଥାନ ନେବ ଓମାନ।
“ପାକିସ୍ତାନ ହକି ଫେଡେରେସନ ଆନ୍ତର୍ଜାତୀୟ ହକି ଫେଡେରେସନ (FIH)କୁ ଜଣାଇଛି ଯେ ସେମାନେ ଆଗାମୀ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ତାମିଲନାଡୁ 2025 ରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ଗ୍ରହଣ କରିନାହାଁନ୍ତି,” FIH ଏକ ବିବୃତ୍ତିରେ କହିଛି।
ସୂଚନାଥାଉକି, ୨୦୨୩ ମସିହାରେ କ୍ୱାଲାଲମ୍ପୁରରେ ଅନୁଷ୍ଠିତ ପୂର୍ବ ପୁରୁଷ ସଂସ୍କରଣ ଜର୍ମାନୀ ଜିତିଥିଲା।
Comments are closed.