ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଟଙ୍କା ମିଳିବ । ଏଥିପାଇଁ ଆଜିଠୁ ଆବେଦନ କରିପାରିବେ ନୂଆ ହିତାଧିକାରୀ । ଆଜିଠୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ ଆବେଦନ କରି ପାରିବେ ।
୨୧ବର୍ଷ ହୋଇିଥିବା ଯୁବତୀ ଏବଂ ପୂର୍ବରୁ ଯେଉଁମାନ ବାଦ ପଡିଥିଲେ ସେମାନେ ମଧ୍ୟ ଆବେଦନ କରିପାରିବେ । ନୂଆ ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଏକାଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ଏଥିସହ ଯେଉଁମାନେ ପୂର୍ବରୁ ଆବେଦନ କରିପାରି ନାହାନ୍ତି, ସେମାନେ ମଧ୍ୟ ସୁଯୋଗ ପାଇବେ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଞ୍ଚଳର ମହିଳା ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ନିକଟସ୍ଥ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜିକରଣ କରିପାରିବେ । ଏଥି ନିମନ୍ତେ ନିଜର ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ହେବ । ଯୋଗ୍ୟ ବିବେଚିତ ସମସ୍ତ ଆବେଦନକାରୀଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଦୁଇଟି କିସ୍ତି ପ୍ରଦାନ କରାଯିବ ଓ ଯଦି ସେମାନଙ୍କ ଯୋଗ୍ୟତା ବଜାୟ ରହେ, ପରବର୍ତ୍ତୀ ବର୍ଷଗୁଡ଼ିକରେ ମଧ୍ୟ ଏହି ସୁବିଧା ମିଳିବ ।
Comments are closed.