ଭୁବନେଶ୍ବର: ୨ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଖଣ୍ଡାରେ ଆକ୍ରମଣ । ଜଣେ ଇଲେକ୍ଟ୍ରି ଦୋକାନୀ ଓ ଜଣେ ମିଠା ଦୋକାନୀ ଆହତ । ଏହି ଘଟଣା ଘଟିଛି ଟଙ୍କପାଣି ରୋଡ଼ ଚିଲି ପୋଖରୀ ତାରିଣୀ ହୋଟେଲ ନିକଟରେ।
ଖବରମୁତାବକ, ପଇସା ନଦେଇ ଯିବା ବେଳେ ଦୋକାନୀ ମାଗିବାରୁ ବଚସା ହୋଇଥିଲା। ଏହା ପରେ ଯୁବକ ଦ୍ଵୟ ସାଥୀରେ ଆଣିଥିବା ଖଣ୍ଡାରେ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଦୋକାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବଡ଼ଗଡ଼ ଥାନା ପୋଲିସ ଏକ ଖଣ୍ଡା ଜବତ କରିଛି। ଦୁର୍ବୃତ୍ତମାନେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ଚଢାଇ ଜାରି ରଖିଛି ।
Comments are closed.