Latest Odisha News

BREAKING NEWS

ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପବିତ୍ର କହଁର(୩୯) । ଖବର ପାଇ ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ବସ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଓ ଝିଅ ଅପେକ୍ଷା କରିଥିଲେ । ଏହି ସମୟରେ ବିଳମ୍ବ ହେବାରୁ ଉଭୟଙ୍କର ଆଖିଲାଗିଯାଇଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା ।

ମହିଳା ଜଣଙ୍କ ଜୋରରେ ପାଟି କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା । ଏହାପରେ ଭରତପୁର ଥାନାକୁ ଖବର ଦିଆଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ବସ୍‌ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପବିତ୍ରକୁ କାବୁ କରିବାରେ ସଫଳ ହୋଇଥିଲା ।

Comments are closed.