Latest Odisha News

BREAKING NEWS

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଯାଇଥିବା ବିଜେଡି ସୁପ୍ରିମୋଙ୍କ ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ବାଡ୍

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଚାର କାର୍ଯ୍ୟକ୍ରମରେ ଯାଇଥିବାବେଳେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ ହୋଇଥିବାର ଆଜି ସାମ୍ନାକୁ ଆସିଛି ।

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ଯାଇଥିବା ବେଳେ ନିର୍ବାଚନ ଆଚରଣ ବିଧି ଆଧାରରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌ । ଏ ନେଇ ନୂଆପଡ଼ା ଜିଲ୍ଲାପାଳ ମଧ୍ୟ ‘ଏକ୍ସ’ରେ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ନୂଆପଡ଼ା ଏକ ସ୍ବତନ୍ତ୍ର ବିମାନରେ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚିବା ପରେ ବିଜେଡି ସୁପ୍ରିମୋଙ୍କ ବିମାନରେ ଥିବା ଲଗେଜ୍‌କୁ ତନତନ କରି ଅଧିକାରୀମାନେ ଯାଞ୍ଚ କରିଥିଲେ । ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ର ୪ ନମ୍ବର ଟିମ୍ ନବୀନଙ୍କ ସ୍ବତନ୍ତ୍ର ବିମାନର ଯାଞ୍ଚ କରିଥିଲେ ।

Comments are closed.