ନୂଆଦିଲ୍ଲୀ: ପୃଥିବୀରୁ ପ୍ରାୟ ୧୨୦ କୋଟି କିଲୋମିଟର ଦୂରରେ, ସୌରମଣ୍ଡଳର ରହସ୍ୟମୟ ଚନ୍ଦ୍ର ଟାଇଟାନ୍ରେ ଏକ ଏଭଳି ଆବିଷ୍କାର ହୋଇଛି ଯାହା ବିଜ୍ଞାନର ପୁରୁଣା ଧାରଣାକୁ ବଦଳାଇ ଦେଇଛି। ନାସାର ଜେଟ୍ ପ୍ରୋପଲସନ୍ ଲାବୋରେଟୋରୀ ଓ ସ୍ୱିଡେନ୍ର ଚାଲମର୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଟାଇଟାନ୍ର ଜମା ହୋଇଥିବା ପୃଷ୍ଠଭୂମିରେ ଦୁଇଟି ଏଭଳି ପଦାର୍ଥ ମିଶି ସ୍ଥିର କ୍ରିଷ୍ଟଲ ଗଢ଼ି ଉଠୁଛନ୍ତି ଯାହା ପୃଥିବୀରେ କେବେ ହୋଇପାରିବ ନାହିଁ । ପ୍ରକୃତରେ ଟାଇଟାନ୍ ଶନି ଗ୍ରହର ସବୁଠାରୁ ବଡ଼ ଚନ୍ଦ୍ର। ଏଠାରେ ତାପମାତ୍ରା ମାଇନସ୍ ୧୮୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସି ଯାଏ। ଏହାର ପୃଷ୍ଠଭୂମିରେ ମିଥେନ୍ (methane) ଓ ଏଥେନ୍ (ethane) ଭଳି ହାଇଡ୍ରୋକାର୍ବନ୍ର ହ୍ରଦ ରହିଛି। ବୈଜ୍ଞାନିକମାନେ ଯେତେବେଳେ ଏହି ଗ୍ୟାସ୍ଗୁଡ଼ିକରେ ହାଇଡ୍ରୋଜେନ୍ ସାୟନାଇଡ୍ (Hydrogen Cyanide – HCN) ମିଶାଇ ପରୀକ୍ଷା କଲେ, ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲା। ଏହି ତିନିଟି ମିଶି ସ୍ଥିର ‘କୋ-କ୍ରିଷ୍ଟଲ’ (co-crystal) ଗଢ଼ି ଉଠୁଛନ୍ତି।
ଯେଉଁଠି ପୃଥିବୀରେ ତେଲ ଓ ପାଣି ପରି ପୋଲାର୍ (polar) ଓ ନନ୍-ପୋଲାର୍ (nonpolar) ପଦାର୍ଥ କେବେ ବି ମିଶନ୍ତି ନାହିଁ, ସେଠି ଟାଇଟାନ୍ରେ ଏଗୁଡ଼ିକ ଏକାଠି କ୍ରିଷ୍ଟଲ ଗଢ଼ି ଉଠୁଛନ୍ତି। ରସାୟନ ବିଜ୍ଞାନର ବିଖ୍ୟାତ ନିୟମ ‘like dissolves like’ ଅର୍ଥାତ୍ ‘ସମାନ ସମାନରେ ମିଶେ’ ଏଠି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି।
• ଚାଲମର୍ସ ବିଶ୍ୱବିଦ୍ୟାଳୟର ପ୍ରୋଫେସର ମାର୍ଟିନ୍ ରହମ୍ କହିଛନ୍ତି, ‘ଏହି ଆବିଷ୍କାର ରସାୟନ ବିଜ୍ଞାନର ସେହି ମୌଳିକ ନିୟମକୁ ଚ୍ୟାଲେଞ୍ଜ କରୁଛି ଯାହା କହୁଛି ଯେ ପୋଲାର୍ ଓ ନନ୍-ପୋଲାର୍ ପଦାର୍ଥ ପରସ୍ପର ସହିତ ମିଶି ପାରିବେ ନାହିଁ। କିନ୍ତୁ ଟାଇଟାନ୍ରେ ଆମେ ଏଭଳି କିଛି ଦେଖୁଛୁ ଯାହା ପୃଥିବୀର ରସାୟନ ବିଜ୍ଞାନଠାରୁ ସମ୍ପୂର୍ଣ୍ଣ ବିପରୀତ।’
• ନାସା ଟିମ୍ ଲ୍ୟାବରେ ଟାଇଟାନ୍ ଭଳି ଥଣ୍ଡା ପରିବେଶ ସୃଷ୍ଟି କରି ମିଥେନ୍, ଏଥେନ୍ ଓ ହାଇଡ୍ରୋଜେନ୍ ସାୟନାଇଡ୍ ମିଶାଇଥିଲେ। ତା’ପରେ ସ୍ପେକ୍ଟ୍ରୋସ୍କୋପି (Spectroscopy) ଦ୍ୱାରା ମାପ କରାଯାଇଥିଲା ଯେ ଏହି ଅଣୁଗୁଡ଼ିକ କିପରି ପ୍ରତିକ୍ରିୟା କରୁଛନ୍ତି। ଫଳାଫଳରେ ଜଣାପଡ଼ିଛି ଯେ ମିଥେନ୍ ଓ ଏଥେନ୍ର ନନ୍-ପୋଲାର୍ ଅଣୁ ହାଇଡ୍ରୋଜେନ୍ ସାୟନାଇଡ୍ର କ୍ରିଷ୍ଟଲ ଗଠନରେ ଯାଇ ଫିଟ୍ ହେଉଛନ୍ତି।
• ଏହାକୁ ଇଣ୍ଟରକଲେସନ୍ (Intercalation) କୁହାଯାଏ – ଅର୍ଥାତ୍ ଗୋଟିଏ ପଦାର୍ଥ ଅନ୍ୟ ଏକ କଠିନ ଗଠନ ଭିତରେ ସମାଇ ଯାଉଛି। ଏଥିରୁ ଏକ ସମ୍ପୂର୍ଣ୍ଣ ନୂଆ ପ୍ରକାରର କଠିନ ଗଠନ ସୃଷ୍ଟି ହୋଇଛି ଯାହାକୁ ଏଯାଏ ବିଜ୍ଞାନରେ ଦେଖାଯାଇ ନଥିଲା।
• ବୈଜ୍ଞାନିକମାନେ କମ୍ପ୍ୟୁଟର ମଡେଲିଂ ଦ୍ୱାରା ଶହ ଶହ ସମ୍ଭାବ୍ୟ କୋ-କ୍ରିଷ୍ଟଲ ଗଠନର ବିଶ୍ଲେଷଣ କରିଛନ୍ତି। ଫଳାଫଳ ଦେଖାଇଛି ଯେ ଟାଇଟାନ୍ର ପରିବେଶରେ ଏହି ଅଦ୍ଭୁତ ମିଶ୍ରଣ କେବଳ ସ୍ଥିର ନୁହନ୍ତି ବରଂ ଏଗୁଡ଼ିକର ସ୍ପେକ୍ଟ୍ରମ୍ ନାସାର ଡାଟା ସହିତ ମିଶୁଛି। ଏହାର ଅର୍ଥ ହେଉଛି ଯେ ଲ୍ୟାବରେ ଦେଖାଯାଇଥିବା ପରୀକ୍ଷା ଫଳାଫଳ ଟାଇଟାନ୍ର ପୃଷ୍ଠଭୂମିରେ ପ୍ରକୃତରେ ରହିଛି।
• ଫ୍ରାନ୍ସର ପେରିସ୍-ମେଉଡନ୍ ଅବଜର୍ଭେଟୋରୀର ବୈଜ୍ଞାନିକ ଏଥେନା କୁସ୍ଟେନେସ୍ କହିଛନ୍ତି ଯେ ‘ଭବିଷ୍ୟତରେ ନାସାର ଡ୍ରାଗନ୍ଫ୍ଲାଇ ମିଶନ୍, ଯାହା ୨୦୩୪ରେ ଟାଇଟାନ୍ରେ ପହଞ୍ଚିବ, ଏହି ଆବିଷ୍କାରକୁ ନିଶ୍ଚିତ କରିପାରିବ।
• ଯଦି ଟାଇଟାନ୍ର ପୃଷ୍ଠଭୂମିରେ ଏହି କୋ-କ୍ରିଷ୍ଟଲ୍ସର ଚିହ୍ନ ମିଳେ, ତେବେ ଏହା କେବଳ ଭୂ-ଗର୍ଭୀୟ ନୁହନ୍ତି ବରଂ ଜୀବନର ପ୍ରାରମ୍ଭିକ ରସାୟନକୁ ବୁଝିବାରେ ବିପ୍ଳବାତ୍ମକ ପ୍ରମାଣିତ ହେବ।’
BREAKING NEWS
- ଶ୍ରୀଲଙ୍କା ବଦଳରେ ଭାରତରେ ଆୟୋଜିତ ହେବ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି
- ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ;ଏହି ଦିନ ମିଳିବ ଡିଜିଟାଲ ସାର୍ଟିଫିକେଟ
- ନୂତନ ‘EPF ଯୋଜନା ୨୦୨୬’ ଘୋଷଣା; ଡିସେମ୍ବର ୨୮ ପର୍ଯ୍ୟନ୍ତ ମିଳିବ ଛାଡ଼ ସୁବିଧା
- ଲଣ୍ଡନରେ ରହିବେ କୋହଲି-ଅନୁଷ୍କା ଏବଂ ପରିବାର, ଖୁଲାସା କଲେ ନେନେ
- ଟ୍ରେନ୍ ଲେଟ୍ ଥିଲେ କେତେ ସମୟ ଯାଏଁ ୱେଟିଂ ରୁମ୍ରେ ରହିପାରିବେ ଯାତ୍ରୀ? ଜାଣନ୍ତୁ କ’ଣ ରହିଛି ନିୟମ
- ନୂଆ ରୂପରେ ଭୋଡାଫୋନ୍-ଆଇଡିଆ (Vi): ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଶାହାରୁଖ ଖାନ
- ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ: ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ମିଳୁଛି ବଡ଼ ଲାଭ
- କେମିତି ଜାଣିବେ ଅଟା ଖରାପ ହୋଇଗଲାଣି? ଫ୍ରେସ୍ ରଖିବାର ଜାଣନ୍ତୁ ସଠିକ୍ ଉପାୟ
- ହାର୍ଦ୍ଦିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ
- Senior Citizen Pilgrimage Scheme: ମାଗଣା ତୀର୍ଥଯାତ୍ରା ଟ୍ରେନ୍ରେ ଗଲେ ୭୭୫ ଜଣ;ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକ ପାଇଁ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର

Comments are closed.