Latest Odisha News

BREAKING NEWS

Bihar Assembly Elections: ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେଉଛି ବିହାର

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛି ବିହାର। ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେଉଛନ୍ତି ଜନତା। ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେଉଛି । ୧ହଜାର ୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ୩ କୋଟି ୭୫ ଲକ୍ଷ ଭୋଟର ।

ସକାଳ ୭ଟାରୁ ଆରମ୍ଭ ହେଲାଣି ଭୋଟିଂ। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। NDA ଓ ମହାଗଠବନ୍ଧନ ମଧ୍ୟରେ ହେଉଛି ମହାଟକ୍କର। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ସେ ରଘୋପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ମହାଗଠବନ୍ଧନ । ତାଙ୍କ ବିୱୱପକ୍ଷରେ ଅଛନ୍ତି ବିଜେପିର ସତୀଶ କୁମାର ।

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଲାଲୁଙ୍କ ବଡ଼ ପୁଅ ଜନଶକ୍ତି ଜନତା ଦଳର ତେଜପ୍ରତାପ ଯାଦବ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୦୨୦ ନିର୍ବାଚନରେ ଏହି ୧୨୧ ଆସନରୁ ମହାଗଠବନ୍ଧନ ୬୩ ଆସନରେ ବିଜୟୀ ହୋଇଥିଲା । ଜେଡିୟୁ ଓ ବିଜେପି ୫୫ ସିଟ୍ ଦଖଲ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ସବୁ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ୫୦୦ରୁ ଅଧିକ କମ୍ପାନୀ CAPF ଫୋର୍ସ, ଡ୍ରୋନ୍ ଏବଂ କ୍ବିକ୍ ରିଆକ୍ସନ ଟିମ୍ ମୁତୟନ ହୋଇଛନ୍ତି । ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ୪୩ ହଜାର ୩୪୧ଟି ବୁଥରେ ହେବ ଭୋଟିଂ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ମୈଦାନରେ ଅଛନ୍ତି ଜେଡିୟୁର ୫୭, ବିଜେପିର ୪୮, ଏଲଜେପିର ୧୩ ପ୍ରାର୍ଥୀ, ମହାଗଠବନ୍ଧନରୁ ଆରଜେଡିର ୭୧, କଂଗ୍ରେସର ୨୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା।

Comments are closed.