ନୂଆଦିଲ୍ଲୀ: ଓମେନ୍ସ ପ୍ରିମିୟର ଲିଗ ୨୦୨୬ ପାଇଁ ଗୁରୁବାର ଫ୍ରାଂଚାଇଜରମାନେ ସେମାନଙ୍କ ରିଟେନଶନ ଖେଳାଳି ତାଲିକାଙ୍କ ନାମ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୀପ୍ତି ଶର୍ମା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଲୌରା ଭୋଲଭର୍ଟଙ୍କୁ ସେମାନଙ୍କ ଟିମ ରିଲିଜ କରି ଦେଇଛନ୍ତି । ଡବ୍ଲ୍ୟୁପିଏଲ ନିଲାମ ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଅଛି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମ୍ୟାଗ ଲେନିଂଙ୍କୁ ରିଲିଜ କରି ଦେଇଛି । ମୁମ୍ବାଇ ଓ ଦିଲ୍ଲୀ ଟିମ ସର୍ବାଧିକ ୫ଟି ଲେଖାଏଁ ଖେଳାଳିଙ୍କୁ ରିଟେନ କରିଛନ୍ତି । ଆରସିବି ୩ଟି ଏବଂ ଗୁଜରାଟ ଓ ୟୁପି ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ।
ଡବ୍ଲ୍ୟୁପିଏଲର ଏହା ଚତୁର୍ଥ ସଂସ୍କରଣ । ପୂର୍ବ ୩ଟିରେ ମୁମ୍ବାଇ ୨ଥର ଓ ଆରସିବି ଥରେ ଚାମ୍ପିୟନ ହୋଇଛି ।
ରିଟେନ ହୋଇଥିବା ଖେଳାଳିଙ୍କ ନାମ
ମୁମ୍ବାଇ ଇଣ୍ଡିଆନ୍ସ: ହରମନପ୍ରୀତ କୌର, ଅମନଜୋତ କୌର, ହିଲି ମାଥ୍ୟୁଜ, ନ୍ୟାଟ ସ୍କାଇଭର ବ୍ରଂଟ, ଜି କ୍ୟାମେଲିନ ।
ଦିଲ୍ଲୀ କ୍ୟାପିଟାଲ୍ସ: ଏନାବେଲ ସଦରଲାଣ୍ଡ, ମାରିଜେନ କ୍ୟାପ, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ୟୁଜ, ନିକି ପ୍ରସାଦ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର: ସ୍ମୃତି ମାନ୍ଧନା, ଋଚା ଘୋଷ, ଏଲିସ ପ୍ୟାରୀ, ଶ୍ରେୟାଶ ପାଟିଲ ।
ଗୁଜରାଟ ଟାଇଟାନ୍ସ: ଆଶଲେ ଗାର୍ଡେନର, ବେଥ ମୂନୀ ।
Comments are closed.