Latest Odisha News

BREAKING NEWS

ଏସଆଇ ପରୀକ୍ଷା ଘୋଟାଲା ମାମଲା; ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ ନେଇ ଏବେ ସେମାନଙ୍କର ଲାଏ ଡିଟେକ୍ସନ୍‌ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ତାହା ଜାଣିବାକୁ କ୍ରାଇମ୍‌ବ୍ରାଞ୍ଚ ଚେଷ୍ଟା କରୁଛି । ତେଣୁ ଏହି ପରୀକ୍ଷା ଦ୍ୱାରା ଅଧିକ ତଥ୍ୟ ହାସଲ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ, ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କିଛି ଦିନ ତଳେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେ ଦୁବାଇ ପଳାଇ ଯିବାର ଯୋଜନା ରଖିଥିବାବେଳେ, କ୍ରାଇମବ୍ରାଞ୍ଚ ହାତରେ ଧରାପଡିଥିଲା । ଧରାପଡିଯିବା ପରେ ସେ ନିଜକୁ ନିର୍ଦ୍ଦୋଶ କହିବା ସହ ପରେ ଏଥିରେ ପୂର୍ବ ସରକାରଙ୍କ ହାତ ଥିବା କହିଥିଲା ଶଙ୍କର ।

Comments are closed.