ଭୁବନେଶ୍ବର: ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ । ତେବେ ଗହଣା କିଣିବା ପୂର୍ବରୁ ସୁନା ଦର ଜାଣିବା ଜରୁରୀ । କାରଣ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନ ହୋଇଥାଏ। ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୩,୨୨୦ ଟଙ୍କା ରହିଥିଲା ।
ସେହିପରି ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୧,୮୫୦ ଟଙ୍କା ରହିଥିବା ବେଳେ ଆଜି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୨,୯୫୦ ଟଙ୍କାକୁ ପହଞ୍ଚିଛି ।
ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୧,୫୨୦ ଟଙ୍କା ଥିବା ବେଳେ ଆଜି ୯୦୦ ଟଙ୍କା ବଢି ୯୨,୪୨୦ ଟଙ୍କା ହୋଇଛି।
ରୂପା ଦର ମଧ୍ୟ ଗୋଟିଏ ଦିନରେ ୨୦୦୦ ଟଙ୍କା ବଢି ଯାଇଛି । ଗତକାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୫,୦୦୦ ଟଙ୍କା ଥିବା ବେଳେ ଆଜି ୨୦୦୦ ଟଙ୍କା ବଢି ୧,୬୭,୦୦୦ ଟଙ୍କାରେ ପହଞ୍ଚିଛି।
Comments are closed.