Latest Odisha News

BREAKING NEWS

ଟି୨୦ କ୍ରିକେଟରେ କେବଳ ଓପନିଂ ସ୍ଥାନ ସ୍ଥିର: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛି । ନିକଟରେ ଟିମ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତୀୟ ଟି୨୦ ଟିମର ବ୍ୟାଟ୍ସମ୍ୟାନଙ୍କ କ୍ରମରେ ଗମ୍ଭୀର ପରିବର୍ତନ କରୁଥିବାରୁ ଏହାକୁ ଅନେକ ସମାଲୋଚନା କରିଛନ୍ତି । ଏବେ ସେ ଏ ନେଇ ମୁହଁ ଖୋଲିଛନ୍ତି । ଟି୨୦ କ୍ରିକେଟରେ କେବଳ ଓପନରଙ୍କ ସ୍ଥାନ ସ୍ଥିର । ବାକି ବ୍ୟାଟ୍ସମ୍ୟାନଙ୍କ କ୍ରମ ପରିସ୍ଥିତି ଅନୁସାରେ ବଦଳାଯିବା ଉଚିତ । ଟି୨୦ରେ ଆମେ ଆଭରେଜ ଓ ଷ୍ଟ୍ରାଇକ ରେଟକୁ ବିଶେଷ ଧ୍ୟାନ ଦେଉନୁ ।

ଗମ୍ଭୀର ଭାରତୀୟ ଦଳରେ କୋଚ ହେବା ପରଠାରୁ ଟିମ କୌଣସି ଟି୨୦ ସିରିଜ ହାରିନି । ସେ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇଥିଲେ । ୧୪ ନଭେମ୍ବରରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ଆରମ୍ଭ ହେବ । ଏଥିରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ଟି୨୦ ସିରିଜ ଡିସେମ୍ବର ୯ରୁ ଆରମ୍ଭ ହେବ ।

Comments are closed.