Latest Odisha News

ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଅପରାଜେୟ, ଭାରତରେ ୧୫ ବର୍ଷ ହେବ ମ୍ୟାଚ ଜିିତିନି

କୋଲକାତା: ଇଡେନଗାର୍ଡେନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ଖେଳାଯିବ । ଦିଲ୍ଲୀ ବିସ୍ଫୋରଣ ପରେ ଇଡେନ ଗାର୍ଡେନରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା କୌଣସି ଟେଷ୍ଟ ହାରିନି । ଏହି ରେକର୍ଡ ଭ୍ରମଣକାରୀ ଦଳ ସପକ୍ଷରେ ରହିଥିବା ବେଳେ ଭାରତରେ ୧୫ ବର୍ଷ ହେବ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିିତିନି । ୨୦୧୦ରେ ଶେଷ ଥର ଦକ୍ଷିଣ ଆଫ୍ରିକା ଭାରତରେ କୌଣସି ଟେଷ୍ଟ ଜିିତିଥିଲା । ଏହା ପରେ ୮ଟି ମ୍ୟାଚ ଖେଳାଯାଇଛି । ୭ରେ ଭାରତ ଜିିତିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ୨୦୧୯ ପରେ ଇଡେନଗାର୍ଡେନରେ ପୂନର୍ବାର ଟେଷ୍ଟ ମ୍ୟାଚ ଖେଳାଯିବାକୁ ଯାଉଛି । ୨୦୧୯ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ପିଙ୍କ ବଲ ଡେ ନାଇଟ ଟେଷ୍ଟ ମ୍ୟାଚ ହୋଇଥିଲା । ଟିମ ଇଣ୍ଡିଆ ଏକତରଫା ବିଜୟ ହାସଲ କରିଥିଲା ।

ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ୧୦ ଟେଷ୍ଟରୁ ୯ ମ୍ୟାଚ ଜିିତିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ଓଭରାଲ ଦୁଇ ଦେଶ ମଧ୍ୟରେ ୪୪ଟି ଟେଷ୍ଟ ଖେଳାଯାଇଛି । ଭାରତ ୧୬ ଓ ଦକ୍ଷିଣ ଆଫ୍ରିକା ୧୮ ମ୍ୟାଚରେ ଜିତିଛି । ୧୦ ମ୍ୟାଚ ଡ୍ର ରହିଛି । ସେହିପରି ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ୧୯ ଟେଷ୍ଟ ଖେଳିଛି । ଏଥିରେ ୧୧ରେ ବିଜୟ ହାସଲ କରିଥିବା ବେଳେ ୫ରେ ପରାଜିତ ହୋଇଛି । ୩ଟି ମ୍ୟାଚ ଡ୍ର ରହିଛି । ଚଳିତ ବର୍ଷ ଶୁଭମନ ଗିଲ(୯୭୯ ରନ) ଭାରତ ପକ୍ଷରୁ ବ୍ୟାଟ୍ସମ୍ୟାନ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ କେଶବ ମହାରାଜା( ୧୯ ୱିକେଟ) ସର୍ବାଧିକ ୱିକେଟ ହାସଲ କରିଛନ୍ତି ।

Comments are closed.