ନୂଆପଡା: ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରାଉଣ୍ଡ ଫଳାଫଳ ଅନୁଯାୟୀ ତୃତୀୟ ସ୍ଥାନରେ ଘାସିରାମ ୨୨,୬୧୮ ଭୋଟ୍ ରେ ରହିଛନ୍ତି । ଏପରି ଫଳାଫଳ ଦେଖି ସେ କହିଛନ୍ତି ପଇସା ଦେଇ ଭୋଟ୍ କିଣା ହେଇଛି । ଆହୁରି କହିଛନ୍ତି ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି ।
କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ବୋଲି ମଧ୍ୟ ସେ କିଛନ୍ତି । ଆବ୍ରାହମ୍ ଲିଙ୍କନ ୯ ଥର ହାରିଥିଲେ , ମୁଁ ୬ଥର ହାରିଛି। ଆଉ ୩ଥର ନିର୍ବାଚନ ଲଢିବି ବୋଲି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କହିଛନ୍ତି ।
ସୂଚନାଥାଉକି, ନୂଆପଡା ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରହିଛନ୍ତି । ୧୫ ରାଉଣ୍ଡ ସୁଦ୍ଧା ୫୦ ହଜାର ୬୫୬ ଭୋଟ୍ରେ ଆଗୁଆ ରହିଛି ବିଜେପି । ୧୫ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୭୩,୭୪୫ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୩,୦୮୯ଭୋଟ୍ ଓ ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୨,୬୧୮ ଭୋଟ୍ ରେ ରହିଛନ୍ତି ।
Comments are closed.