ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ କୋଠରୀରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ବ୍ୟକ୍ତି ନିଜର ପିଲା ଏବଂ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛି।
ଖବର ମୁତାବକ, ୟୁପିର ଶ୍ରାବାସ୍ତିରେ ଇକୋନା ଥାନା ଅଞ୍ଚଳରେ ବନକଟ ଗାଁରେ ପତି-ପତ୍ନୀ ଏବଂ ତାଙ୍କ ୩ ଛୁଆଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ସମସ୍ତ ମୃତଦେହ ବନ୍ଦ ଘରେ ପଡିଥିଲା। ଘଟଣାର ପରିସ୍ଥିତି ଦେଖି ସନ୍ଦେହ କରାଯାଉଛି। ପରିଜନ ଏବଂ ଗାଁ ଲୋକ ବନ୍ଦ ଥିବା ଘରର କବାଟ ଭାଙ୍ଗିବା ପରେ ଭୟଙ୍କର ଦୃଶ୍ୟ ଦେଖିଥିଲେ। ତେବେ ମୃତକଙ୍କ ମଧ୍ୟରେ ୩୨ ବର୍ଷୀୟ ସ୍ବାମୀ, ୩୦ ବର୍ଷୀୟ ପତ୍ନୀ, ୬ ଏବଂ ୪ ବର୍ଷର ଝିଅ ଏବଂ ଦେଢବର୍ଷର ପୁଅ ରହିଥିଲା। ଘର ଭିତରୁ ବନ୍ଦ ରହିଥିଲା।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ଯାଞ୍ଚ କରୁଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଗାଁ ଲୋକଙ୍କ କହିବା ଅନୁଯାୟୀ, ସ୍ୱାମୀ ଜଣକ ସବୁଦିନ ପରି ରାତିରେ ତାଙ୍କ ପିଲାମାନଙ୍କ ସହିତ ଶୋଇବାକୁ ଯାଇଥିଲେ। ସକାଳେ, ସମଗ୍ର ପରିବାରର ମୃତଦେହ ଏକ ବନ୍ଦ କୋଠରୀରେ ମିଳିଥିଲା। ଏହା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ବହୁ ସଂଖ୍ୟକ ପୋଲିସ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୋଲିସ ତୁରନ୍ତ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଯେତେବେଳେ ପୋଲିସ ଏବଂ ଫୋରେନସିକ୍ ଦଳ ମାମଲାର ତଦନ୍ତ ଆରମ୍ଭ କଲେ, ଜଣାପଡିଲା ଯେ ରୋଜ ଅଲି ପ୍ରଥମେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ତାପରେ, ସେ ନିଜେ ସିଲିଂ ଫ୍ୟାନରେ ଫାଶି ହୋଇ ଝୁଲିପଡିଲେ। ରିପୋର୍ଟ କରାଯାଉଛି ଯେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା, ଯାହା ଫଳରେ ରୋଜ ଅଲି ଏହି କଠୋର ପଦକ୍ଷେପ ନେଇଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ମାମଲା ପ୍ରକାଶ ପାଇବ। ଏକା ସହ ପାଞ୍ଚଟି ମୃତ୍ୟୁ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
Comments are closed.