ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଟିମ ସାଉଦି କୋଲକାତା ନାଇଟ ରାଇଡର୍ସର ବୋଲିଂ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଟିମ ପକ୍ଷରୁ ଖେଳିଛନ୍ତି । ତାଙ୍କ ବୋଲିଂ ଅଭିଜ୍ଞତା କେକେଆରକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ସେ ଏହା ପୂର୍ବରୁ କେକେଆର ପକ୍ଷରୁ ଖେଳିଛନ୍ତି । ସାଉଦି ୨୦୨୧, ୨୦୨୨ ଓ ୨୦୨୩ରେ କେକେଆରର ମୂଖ୍ୟ ବୋଲିଂ ଅସ୍ତ୍ର ହୋଇଥିଲେ । କେକେଆର ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରିପାରି ନ ଥିଲା ।
କେକେଆର ଏବେ ଦଳର ସପୋର୍ଟିଂ ଷ୍ଟାଫରେ ପରିବର୍ତନ କରିଛନ୍ତି । ପୂର୍ବରୁ ଅଭିଷେକ ନାୟାରଙ୍କୁ ମୂଖ୍ୟ କୋଚ କରିଥିବା ବେଳେ ଶେନ ୱାଟସନଙ୍କୁ ସହକାରୀ କୋଚ ଭାବେ ନିଯୁକ୍ତ କରିଛି । କେକେଆରର ବୋଲିଂ କୋଚ ହେବା ମୋ ପାଇଁ ଘର ବାହୁଡା ସଦୃଶ । ସେ ନ୍ୟୁଜିଲାଣ୍ଡ ପକ୍ଷରୁ ୧୫ ବର୍ଷରେ ୭୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୨୫ରେ ସେ ଅବସର ଘୋଷଣା କରିଥିଲେ । ଅବସର ପରେ ସାଉଦି ଇଂଲଣ୍ଡର ବୋଲିଂ କୋଚ ଦାୟିତ୍ୱ ତୁଲାଇଥିଲେ ।
Comments are closed.