ଢେଙ୍କାନାଳ:ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ରେ ଥିବା ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ମୃତକମାନେ ହେଲେ ଖାଲପାଳ ଗାଁର ଟୁଟୁ ମଲ୍ଲିକ, କୁଲେଇ ଗ୍ରାମର ସନ୍ତୋଷ ମଲ୍ଲିକ, କଟୁମୁଣ୍ଡା ଗାଁର ଗୋପବନ୍ଧୁ ନାୟକ ।
ଖବରମୁତାବକ, ଟ୍ରକ୍ଟି ଦଦରାଘାଟିରୁ ପିତିରି ଯାଉଥିବା ବେଳେ କୁଲେଇ ଗାଁସ୍ଥିତ ଜିଏମ୍ ଆଣ୍ଡ ଆଇରନ୍ ଷ୍ଟିଲ୍ପ୍ଲାଣ୍ଟ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଉପରେ ଚଢ଼ିଯାଇ ପ୍ରାୟ ଶହେ ମିଟର ଦୂରକୁ ଘୋଷାରି ନେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକରେ ଥିବା ତିନିଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରାସ୍ତାରେ ବିଛାଡି ହୋଇ ପଡିଥିଲା । ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.