Latest Odisha News

BREAKING NEWS

ଟିମ ମ୍ୟାନେଜମେଂଟ, ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଲେ ପ୍ରସାଦ

ନୂଆଦିଲ୍ଲୀ: ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଭାରତ ୩୦ ରନରେ ହାରିଯାଇଛି । ୧୨୪ ରନର ଲକ୍ଷ୍ୟକୁ ପିଛା କରି ଭାରତ ୯୩ ରନରେ ଅଲଆଉଟ ହୋଇ ଯାଇଥିଲା । ଏଥିନେଇ ପ୍ରଶଂସକ ଓ ପୂର୍ବତନ ଖେଳାଳିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟିମ ମ୍ୟାନେଜମେଂଟ ଓ ଚୟନ କମିଟି କାର୍ଯ୍ୟ ଉପରେ ଭେଙ୍କେଟେଶ ପ୍ରସାଦ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ଭଳି ଭାବେ ଯୋଜନା ପ୍ରସ୍ତୁତ କରାଯାଉଛି ସେଥିରେ ଆମେ ଏକ ନମ୍ବର ଟିମ ହୋଇ ପାରିବା ନାହିଁ । ବାସ୍ତବିକତାଠାରୁ ଅଧିକ ଚିନ୍ତା କରିବା ଟିମରେ ଅସ୍ଥିରତା ସୃଷ୍ଟି କରୁଛି । ଟେଷ୍ଟ କ୍ରିକେଟରେ ଏବେ ଆମ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ସେ ପରୋକ୍ଷରେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି ।

ଘରୋଇ ପିଚରେ ସ୍ପିନର୍ସଙ୍କୁ ଖେଳି ନ ପାରିବା ଅତ୍ୟନ୍ତ ଦୁଃଖର କଥା । ଏଥିପାଇଁ ସର୍ଫରାଜ ଖାଁଙ୍କ ପରି ସ୍ପିନ ସ୍ପେଶାଲିଷ୍ଟଙ୍କୁ ସୁଯୋଗ ମିଳିବା ଉଚିତ । ଟେମ୍ବା ବାଭୁମା ଯେଉଁ ଭଳି ଭାବେ ଧୈର୍ଯ୍ୟର ସହ ଖେଳିଲେ ଜଣେ ବି ଭାରତୀୟ ବ୍ୟାଟ୍ସମ୍ୟାନ ସେଭଳି ଖେଳି ନ ଥିଲେ । ଇଂଲଣ୍ଡ ବିପକ୍ଷ ସିରିଜକୁ ଛାଡିଦେଲେ ଆମେ ସେଭଳି ଭଲ ପ୍ରଦର୍ଶନ କରିନେ । ପୂର୍ବରୁ ସୌରଭ ଗାଙ୍ଗୁଲି, ମହମ୍ମଦ କୈଫ ଓ ଅନ୍ୟ ପୂର୍ବତନ ଖେଳାଳି ସମାଲୋଚନା କରିଥିଲେ ।

Comments are closed.