Latest Odisha News

BREAKING NEWS

ମରିବାକୁ ଚାହୁଁଛି ଖବର ସମ୍ପୂର୍ଣ୍ଣ ମିଛ, ଯୁବରାଜ ମୋର ଦାୟିତ୍ୱ ନେଉଛନ୍ତି : ଯୋଗରାଜ

ଚଣ୍ଡୀଗଡ: ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂଙ୍କୁ ନେଇ ଏକ ଖବର ନିକଟରେ ଚର୍ଚ୍ଚାର କାରଣ ସାଜିଥିଲା । ଏଥିରେ ଯୋଗରାଜ ଦୁଃଖରେ କହିଥିଲେ, ପତ୍ନୀ ଓ ପିଲାମାନେ ପାଖରେ ନାହାନ୍ତି । ଖାଇବା ପାଇଁ ପର ଉପରେ ନିର୍ଭର କରୁଛି । ମୁଁ ଏବେ ମୃତ୍ୟୁକୁ ଅପେକ୍ଷା କରିଛ । ଯୋଗରାଜ କହିଛନ୍ତି ମୋ ବୟାନକୁ ବୁଲେଇ ବଙ୍କେଇ କୁହାଯାଇଛି । ଏବେ ବି ମୁଁ ଫିଲ୍ମ ଶୁଟିଂ କରୁଛି । ମୋ କ୍ରିକେଟ ଏକାଡେମୀ ଚଳାଉଛି । ହଁ ଏହା ସତ୍ୟ ମୁଁ ଏକୁଟିଆ ରହୁଛି । ଭଗବାନଙ୍କ ପୂଜା କରୁଛି । ମୋ ଖାଦ୍ୟ ମୁଁ ପ୍ରସ୍ତୁତ କରୁଛି, ସଫାସୁତରା ନିଜେ କରୁଛି । ଏଥିରେ ଭୁଲ କେଉଁଠାରେ ରହିଲା । ମୋ ପୁଅ ଯୁବରାଜ ପ୍ରତ୍ୟେକ ମାସରେ ମୋତେ ୫୦୦୦୦ ଟଙ୍କା ପଠାଉଛି । ପ୍ରତ୍ୟେକ ଦିନ ପଚାରୁଛି ଡ୍ୟାଡ ଆପଣ ଠିକ ଅଛନ୍ତି ।

ଏକୁଟିଆ ରହିବା ନିଷ୍ପତି ମୋର ଥିଲା । ମୁଁ ହସି କରି ଯୁବରାଜକୁ କୁହେ ଯେଉଁଦିନ ପଡିଯିବ ସେ ଦିନ ମୋତେ ସମ୍ଭାଳି ନେବୁ । ମୁଁ ସିଂହ ଛୁଆ, ମରିବି ମଧ୍ୟ ସେ ଭଳି ବୋଲି କହିଛନ୍ତି । ଆପଣମାନେ ଭାବୁଛନ୍ତି ମୁଁ ଏହି ଭଳି ବୟାନ ଦେଇଥିବି । ଏକୁଟିଆ ରହିବା ଏବଂ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିବାମାନେ ନୁହେଁ ଯେ, ପିଲାମାନେ ପଚାରୁ ନାହାନ୍ତି । ମୋ ପୁଅ ଓ ଝିଅ ନିଜ ନିଜ ଫିଲ୍ଡରେ ବେଶ ନାମ କମାଇଛନ୍ତି । ତାଙ୍କ ବାପା ଏତେ ଦୁର୍ବଳ ନୁହେଁ । ମୋ ବୟାନକୁ ପବ୍ଲିସିଟି ପାଇଁ ଭିନ୍ନ ଭାବେ ପରିବେଷଣ କରାଯାଇଛି ବୋଲି ଯୋଗରାଜ କହିଛନ୍ତି ।

Comments are closed.