Latest Odisha News

BREAKING NEWS

ସାଇକୋ କିଲର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ…

ମୁମ୍ବାଇ: “ଧକ୍-ଧକ୍ ଗାର୍ଲ” ତଥା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଆଗାମୀ ସିରିଜ ‘ମିସେସ ଦେଶପାଣ୍ଡେ’ରେ ଜଣେ “ସାଇକୋ କିଲର” ଭୂମିକାରେ ନଜର ଆସିବେ।

ଏହାର ଏକ ଟିଜର ରିଲିଜ ହୋଇଛି। ଯେଉଁଥିରେ ସସପେନ୍ସ ଫୁଲ୍ ସଂଗୀତ ସହିତ ମାଧୁରୀଙ୍କୁ ଦର୍ପଣ ସାମ୍ନାରେ ବସି ସଜେଇ ହେଉଥିବାର ଦୃଶ୍ୟ ଦେଖାଯାଇଛି। ପରବର୍ତ୍ତୀ ମୂହୁର୍ତ୍ତରେ ତାଙ୍କୁ ଏକ କଏଦୀ ଭାବରେ ମଧ୍ୟ ଦର୍ଶାଯାଇଛି। ଏହି ସିରିଜଟିକୁ ନାଗେଶ କୁକୁନୁର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ଟିଜର ଜିଓ ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହୋଇଥିଲା।

“ମିସେସ ଦେଶପାଣ୍ଡେ”ରେ ମାଧୁରୀଙ୍କର ଏହି ଚରିତ୍ର ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ବୋଲି ସେ କହିଥିଲେ। କାରଣ ପୂର୍ବରୁ ସେ ରୋମାଣ୍ଟିକ୍ ଏବଂ କମେଡି ଚରିତ୍ରରେ ଅଭିନୟ କରି ଆସୁଥିଲେ। ତେବେ ୨୦୨୨ରେ ଓଟିଟି ଡେବ୍ୟୁ ସିରିଜ୍ “ଦି ଫେମ୍ ଗେମ୍” ରେ ସେ ଏକ ନକାରାତ୍ମକ ଭୂମିକାରେ ନଜର ଆସିଥିଲେ।

ଏହାର କାହାଣୀ ଏକ ଫରାସୀ ଧାରାବାହିକ ଦ୍ୱାରା ଅନୁପ୍ରାଣିତ ଅଟେ। ଯେଉଁଥିରେ ପୋଲିସ ସାଇକୋ କିଲର୍ସଙ୍କୁ ଧରିବା ପାଇଁ ଅନ୍ୟ ସାଇକୋ କିଲର୍ସଙ୍କୁ ନିଯୁକ୍ତି ଦେଇଥାଏ। ଯାହା ଦ୍ଵାରା ସେମାନେ ସେମାନଙ୍କ ମାନସିକତାକୁ ବୁଝିପାରିବେ ଏବଂ ସେମାନଙ୍କୁ ଧରିପାରିବେ।

ମାଧୁରୀ ଦୀକ୍ଷିତ ନଭେମ୍ବର ୧୯ ତାରିଖ ଦିନ ଏହି  ସିରିଜ ବିଷୟରେ ଅପଡେଟ ଦେଇଥିଲେ। ଏଥିସହିତ ରକ୍ତରେ ଜୁଡବଡ୍ ହୋଇଥିବା ଏକ ଧାରୁଆ ଛୁରୀର ଫୋଟୋ ପୋଷ୍ଟ କରି ଆରେ କିଏ ବଞ୍ଚି ଯାଇଛନ୍ତି କି ବୋଲି ଲେଖିଥିଲେ।

 

Comments are closed.