ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ନଭେମ୍ବର ୨୨ରୁ ଏହା ଆରମ୍ଭ ହେବ । ଇଡେନଗାର୍ଡେନ ପିଚରେ ମ୍ୟାଚ ୩ ଦିନ ମଧ୍ୟରେ ଶେଷ ହୋଇଥିଲା । ଭାରତ ୩୦ ରନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା । ଏବେ ସମସ୍ତଙ୍କ ନଜର ଗୌହାଟୀ ପିଚ ଉପରେ ରହିଛି । ପିଚରେ ମାତ୍ରାଧିକ ଘାସ ରହିଥିବା ଜଣାପଡିଛି । ଅବଶ୍ୟ ମ୍ୟାଚର ଦିନକ ପୂର୍ବରୁ ଏହାକୁ କଟାଯାଇପାରେ । ପୂର୍ବରୁ ଏଠାରେ ଦିନିକିଆ ଓ ଟି୨୦ ମ୍ୟାଚ ଖେଳାଯାଇଛି । ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ମ୍ୟାଚ ଆୟୋଜିତ ହେବ । ପିଚରୁ ଘାସ କଟାଯିବା ପରେ ଏହା ସ୍ପିନରଙ୍କୁ ସୁହାଇବ ବୋଲି ଅନୁମାନ କରାଯାଇଛି । ଏଠାରେ ଟସର ଗୁରୁତ୍ୱ ଅଧିକ ରହିଛି ।
ପିଚରେ ୪ର୍ଥ ଇନିଂସ ଖେଳିବା ଏତେଟା ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ଶୁଭମନ ଗିଲ ଓହରିଯିବା ପରେ ତାଙ୍କ ସ୍ଥାନରେ ସାଈ ସୁଦର୍ଶନ ଖେଳି ପାରନ୍ତି । ଯଦି ଏହା ହୁଏ ତେବେ ଟିମ ଇଣ୍ଡିଆର ୭ଜଣ ବାମହାତୀ ବ୍ୟାଟ୍ସମ୍ୟାନ ରହିବେ । ଯାହାର ଫାଇଦା ଦକ୍ଷିଣ ଆଫ୍ରିକା ଉଠାଇପାରେ ବୋଲି ଅନୁମାନ କରାଯାଉଛି । ସ୍ପିନରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନିକଟରେ ନୈରାଶ୍ୟଜନକ ରହିଛି । ଏବେ ଗୌହାଟୀରେ ଟିମ ଇଣ୍ଡିଆ କଣ କମାଲ କରୁଛି ତାହା ଦେଖିବା କଥା । ଭାରତ ପୂନର୍ବାର ଯଦି ବିଫଳ ହୁଏ ତେବେ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ।
Comments are closed.