Latest Odisha News

BREAKING NEWS

Weather Update: ସୃଷ୍ଟି ହେଲା ଲଘୁଚାପ: ୨୪ ତାରିଖରେ ନେଇପାରେ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖରେ ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଆହୁରି ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୨ ଓ ୨୩ ତାରିଖରେ ଆଣ୍ଡାମାନ ନିକୋବରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୨୪ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ ।

ଏହା ବାତ୍ୟାର ରୂପ ନେବ କି ନାହିଁ ସେ ପ ନେଇ ଆଇଏମଡି ଏପର୍ଯ୍ୟନ୍ତ ଆକଳନ କରି ନାହିଁ । ଯଦିଓ ବିଭିନ୍ନ ପାଣିପାଗ ମଡେଲ, ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରିଛନ୍ତି । ଅନ୍ୟପଟେ ଓଡ଼ିଶା ଉପକୂଳ ଠାରୁ ଲଘୁଚାପ ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.