ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହାଟୀରେ ଶନିବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଟପ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ବଡ ସ୍କୋର କରିପାରି ନ ଥିଲେ । ଆଇଡେନ ମାର୍କରାମ ୩୮, ର୍ୟାନ ରିକେଲଟେନ ୩୫, ଟ୍ରିଷ୍ଟାନ ଷ୍ଟବ୍ସ ୪୯ ଓ ଅଧିନାୟକ ଟେମ୍ବା ବାଭୁମା ୪୧ ରନ କରିଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ସେନୁରାନ ମୁଥୁସ୍ୱାମୀ ୨୫ ଓ କାୟଲ ଭେରେନି ୧ ରନ କରି ଅପରାଜିତ ରହିଛନ୍ତି ।
ଭାରତ ପକ୍ଷରୁ ସଫଳ ବୋଲର ଭାବେ କୁଲଦୀପ ଯାଦବ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ରହିଛି । ସିରିଜ ବଂଚାଇବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ଏହି ଟେଷ୍ଟରେ ପ୍ରଥମ ଥର ପାଇଁ ଲଂଚ ପୂର୍ବରୁ ଟିବ୍ରେକର ଆୟୋଜନ ହୋଇଥିଲା ।
Comments are closed.