ନୟାଗଡ଼ : କୂଅରେ ପଡି ଚାଲିଗଲା ଆଉ ଏକ ହାତୀ ଛୁଆର ଜୀବନ । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରୁ । ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆଟିର ମୃତ୍ୟୁ ହୋଇଛି ।
ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ସକାଳୁ କୂଅ ଭିତରେ ହାତୀ ମରିଥିବା ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଲୋକେ ବନବିଭାଗକୁ ଖବର ଦେଇଥିଲେ, ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିଥିଲେ । ତେବେ ଏହି ହାତୀ ଛୁଆଟି ଦେହରେ ଏକ କ୍ୟାମେରା ଲାଗିଥିଲା ।
ହାତୀ ଦେହରେ କ୍ୟାମେରା ଲଗାଯିବା ପରେ ବି କେଉଁ ଭଳି ଭାବରେ ବନ ବିଭାଗ ହାତୀ ମୃତ୍ୟୁର ଖବର ଜାଣି ପାରିଲା ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାତୀ ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ଅଧିକାରୀ କହିଛନ୍ତି ।
Comments are closed.