Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆମେ ପ୍ରସ୍ତୁତ ଅଛୁ: ମନ୍ତ୍ରୀ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସେଥିପାଇଁ ସାରା ଓଡିଶାବାସୀ ଏବେ ଚିନ୍ତାରେ ରହିଛନ୍ତି । କାରଣ ଏବେ ଚାଷ ଅମଳ କରିବାର ସମୟ । ଯଦି ଏହି ସମୟରେ ବାତ୍ୟା ହୁଏ ତେବେ ବଡ କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

ଏହାରି ମଧ୍ୟରେ ବାତ୍ୟା ସମ୍ପର୍କରେ ମତ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ତେବେ ଆସୁଥିବା ବାତ୍ୟା ପ୍ରଥମେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପରେ ଓଡିଶାରେ ବେଶୀ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଆସନ୍ତାକାଲି ବାତ୍ୟାର ସ୍ପଷ୍ଟତା ଜଣାପଡିବ ବୋଲି ସେ କହିଛନ୍ତି ।

Comments are closed.