କୋଲକାତା: ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଏବେ ବିଭିନ୍ନ ରାଜ୍ୟରେ ତ୍ବରାନ୍ବିତ ହେଉଛି। ଏସଆଇଆର ଯୋଗୁଁ ପଶ୍ଚିବମଙ୍ଗରେ ଏକ ଅନନ୍ୟ ଘଟଣା ଘଟିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ୩୭ ବର୍ଷ ପୂର୍ବେ ପରିବାରଠାରୁ ଅଲଗା ହୋଇଯାଇଥିବା ପୁଅକୁ ଏସଆଇଆର ମିଶେଇ ଦେଇଛି। ଲୋକମାନେ ଏହାକୁ ଏକ ଚମତ୍କାର ନା SIR ର କମାଲ ତାହା କଳ୍ପନା କରି ପାରୁ ନାହାଁନ୍ତି।
ସୂଚନା ଅନୁସାରେ ପଶ୍ଚିମବଙ୍ଗର ପୁରୁଲିଆର ଏକ ଛୋଟ ଗାଁରେ, ୩୭ ବର୍ଷ ଧରି ହଜିଯାଇଥିବା ଏକ ପୁଅକୁ SIR ର ପ୍ରଚେଷ୍ଟାରେ ଘରକୁ ଫେରି ତାଙ୍କ ପରିବାର ସହିତ ମିଶିଛି। ପୁରୁଲିଆର ଚକ୍ରବର୍ତ୍ତୀ ପରିବାରର ବଡ଼ ପୁଅ ବିବେକ ଚକ୍ରବର୍ତ୍ତୀ ୩୭ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ୩୭ ବର୍ଷ ପରେ ସେମାନଙ୍କ ସହିତ ଯାହା ଘଟିଥିଲା ତାହା ଏକ ଚମତ୍କାର ନା SIR ର ଶକ୍ତି ତାହା ସେମାନେ ନିଶ୍ଚିତ ନଥିଲେ। ଚକ୍ରବର୍ତ୍ତୀ ପରିବାରର ବଡ଼ ପୁଅ ବିବେକ ଚକ୍ରବର୍ତ୍ତୀ, ୧୯୮୮ ରେ ଘର ଛାଡି ନିଖୋଜ ହୋଇଯାଇଥିଲେ। ବର୍ଷ ବର୍ଷ ଧରି ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା।
ପରିବାର ଶେଷରେ ବିବେକଙ୍କୁ ଖୋଜିବା ବନ୍ଦ କରିଦେଲା। କିନ୍ତୁ ଗୋଟିଏ ଫୋନ୍ କଲ୍ ସବୁକିଛି ବଦଳାଇ ଦେଲା। ଏମିତି ହେଲା ଯେ ବିବେକଙ୍କ ସାନ ଭାଇ ପ୍ରଦୀପ ଚକ୍ରବର୍ତ୍ତୀ ତାଙ୍କ ଅଞ୍ଚଳରେ ବୁଥ୍ ଲେଭଲ୍ ଅଫିସର (BLO) ଥିଲେ। ତାଙ୍କ ନାମ ଏବଂ ଫୋନ୍ ନମ୍ବର SIR ଫର୍ମରେ ଛପାଯାଇଥିଲା। ସମଗ୍ର ଅଞ୍ଚଳରେ SIR ଫର୍ମ ବଣ୍ଟନ କରାଯାଇଥିଲା। ଅନ୍ୟପଟେ ବିବେକଙ୍କ ପୁଅ କୋଲକାତାରେ ରୁହନ୍ତି। ସେ ଡକ୍ୟୁମେଣ୍ଟେସନ୍ର ସାହାଯ୍ୟ ପାଇଁ BLOଙ୍କୁ ଫୋନ୍ କରିଥିଲେ। ସେ BLO ପ୍ରଦୀପ ଚକ୍ରବର୍ତ୍ତୀଙ୍କ ସହ କୌଣସି ସମ୍ପର୍କ ବିଷୟରେ ଅଜ୍ଞ ଥିଲେ। ସେ ଜାଣି ନଥିଲେ ଯେ ସେ ଯେଉଁ BLOଙ୍କ ସହ କଥା ହେଉଥିଲେ ସେ ତାଙ୍କ କକା।
ଉଭୟଙ୍କ ମଧ୍ୟରେ ଡକ୍ୟୁମେଣ୍ଟ ବିଷୟରେ ଆଲୋଚନା ହେଲା। ଧୀରେ ଧୀରେ ସେମାନେ ପରସ୍ପର ସମ୍ପର୍କରେ ଜାଣିବାକୁ ଲାଗିଲେ। ଆଉ ଉଭୟଙ୍କ ସମ୍ପର୍କର ସୂତ୍ର ଧୀରେ ଧୀରେ ଖୋଲିବାକୁ ଲାଗିଲା। ଯେତେବେଳେ ଉଭୟଙ୍କ ଆଲୋଚନା ପାରିବାରିକ ଇତିହାସ ଆଡ଼କୁ ମୁହାଁଇଲା, ସେହି ସମୟରେ ସବୁକିଛି ସ୍ପଷ୍ଟ ହୋଇଗଲା। ସେମାନେ ଆଲୋଚନା କରୁଥିବା ବେଳେ BLO ପ୍ରଦୀପ ତାଙ୍କୁ ତାଙ୍କ ବଡ଼ ଭାଇ ବିବେକଙ୍କ ବିଷୟରେ କହିଲେ, ଯିଏ ୧୯୮୮ ମସିହାରେ ଘରୁ ନିଖୋଜ ହୋଇଯାଇଥିଲେ। ପ୍ରଦୀପ ତାଙ୍କ ଭାଇ ପୁଅଙ୍କ ସହ ପରିବାର ସମ୍ପର୍କରେ ଅଧିକରୁ ଅଧିକ ପଚାରିବାକୁ ଲାଗିଲେ। ଧିରେ ଧିରେ ପ୍ରଦୀପ ସ୍ପଷ୍ଟ ହେଲେ ଯେ ସେ ତାଙ୍କର ହଜିଯାଇଥିବା ବଡ଼ ଭାଇଙ୍କ ପୁଅ ସହ ଫୋନରେ କଥା ହେଉଛନ୍ତି। ଆଉ ତାପରେ ଉଭୟଙ୍କ ଭିତରେ ପରିଚୟ ଆଦାନ ପ୍ରଦାନ ହେଲା। ଆଉ ବିବେକଙ୍କୁ ପରିବାର ଲୋକେ ଦୀର୍ଘପରେ ହଜିଯାଇଥିବା ପୁଅର ସନ୍ଧାନ ପାଇଲେ।
Comments are closed.