ମୟୁରଭଞ୍ଜ: ନିଖୋଜ ଆଇନଜୀବୀଙ୍କ ମିଳିଲା ଗଳିତ ମୃତଦେହ । ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ (୪୨)ଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସେପ୍ଟେମ୍ବରରୁ ଘରୁ କୁଆଡେ ପଳାଇଥିଲେ । ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ ।
ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ କାର ପଡିଥିବାର ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକ। ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ପରେ କାର ଭିତରେ ଗଳିତ ମୃତଦେହକୁ ଉଦ୍ଧାର ହୋଇଥିଲା । ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ । ଗତ ସେପ୍ଟେମ୍ବର ୧୧ ତାରିଖରେ ଯୁବକ ଜଣଙ୍କ ନିଖୋଜ ହୋଇଥିଲେ ବୋଲି କୁହାଯାଉଛି ।
ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
Comments are closed.