ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ଗତକାଲି ଉଠିଥିଲା ଧାନମଣ୍ଡି ଓ ନାରି ନିର୍ଯାତନା ପ୍ରସଙ୍ଗ। ବିଧାନସଭା ଶୀତ ଅଧିବେଶନ ତୃତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର। ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଉଛନ୍ତି ଉତ୍ତର।
ସେପଟେ ଗୃହରେ ମୁଲତବୀ ନୋଟିସ୍ ଆଣିଛି ବିରୋଧୀ ବିଜେଡି । ଶୂନ୍ୟକାଳରେ ଆଲୋଚନା ପାଇଁ ବିଜୁ ଜନତା ଦଳ ପକ୍ଷରୁ ମୁଲତବୀ ନୋଟିସ୍ ଦିଆଯାଇଛି । E-KYC ପରେ ସର୍ଭେ ନାଁରେ ରାସନ କାର୍ଡ କଟାଯାଉଥିବା ଅଭିଯୋଗ ଆଣିଛି ବିଜେଡି । ହିତାଧିକାରୀ ହଇରାଣ ହରକତ ହେଉଥିବା ବିଜେଡି ଅଭିଯୋଗ କରିଛି । ଏପ୍ରସଙ୍ଗରେ ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।
ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ସମୃଦ୍ଧ ଓଡ଼ିଶାର ନକ୍ସା ଆଙ୍କିଛନ୍ତି ସରକାର । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪ ହଜାର ୩୨୯ କୋଟି ର ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨ ହଜାର ୩୨୭ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସଞ୍ଜୀବନୀ ସାଜିବ ସରକାରଙ୍କ ଅତିରିକ୍ତ ୧୧୬୪ କୋଟିର ବଜେଟ୍ । ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୧୫୫୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.