Latest Odisha News

BREAKING NEWS

SI Scam: ଜେଲ୍ ଫେରିଲେ ୪ ଅଭିଯୁକ୍ତ, ରିମାଣ୍ଡରେ ଯାଇପାରନ୍ତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ…

ଭୁବନେଶ୍ୱର: ପୋଲିସ ଏସଆଇ ଚାକିରି ମହାଘୋଟାଲା ମାମଲାରେ ଝାରପଡା ଜେଲ୍ କୁ ଫେରିଛନ୍ତି ୪ ଅଭିଯୁକ୍ତ । ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି ସିବିଆଇ । ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ସଂଗ୍ରହ କରିଛି ।

ରିମାଣ୍ଡ ସରିବା ପରେ ୩ ଜଣଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆ ଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୩ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ସେପଟେ, ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ ଆଣିପାରେ ସିବିଆଇ । ରିମାଣ୍ଡ ପାଇଁ ଆସନ୍ତା ସପ୍ତାହରେ ଆବେଦନ କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Comments are closed.