Latest Odisha News

BREAKING NEWS

କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ନେଇ ମୁହଁ ଖୋଲିଲେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ଜୋର ଧରିଥିଲା । ରିପୋର୍ଟ ପ୍ରକାଶ ପାଇଥିଲା ଯେ, ବିସିସିଆଇ ଦୁଇ ମହାନ ଖେଳାଳି କୋହଲି ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ଅବସର ନିଷ୍ପତିରୁ ଓହରିଯିବା ପାଇଁ ମନାଇବାକୁ ଚାହୁଁଛି । ଏ ସମ୍ପର୍କୀତ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ରବିବାର ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ବିସିସିଆଇ ଏ ଭଳି କୌଣସି ପଦକ୍ଷେପ ଗ୍ରହଣ କରିନି । ଆମେ ଏ ନେଇ କୋହଲିଙ୍କ ସହିତ ଆଲୋଚନା ମଧ୍ୟ କରିନୁ ।

ଏ ଭଳି ଖବରକୁ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ ବୋଲି ସାଇକିଆ କହିଛନ୍ତିି । ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସନ କିନ୍ତୁ ଏହା ସପକ୍ଷରେ ରହିଛନ୍ତି । ବିସିସିଆଇ ନିଶ୍ଚିତ ଭାବେ ଏ ସମ୍ପର୍କରେ ଚିନ୍ତା କରିବା ଉଚିତ ବୋଲି ପିଟରସନ କହିଛନ୍ତି । ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ନିକଟରୁ କ୍ଲିନ ସୁଇପ ହେବା ପରେ ଭାରତୀୟ ଟିମର ରଣନୀତି ଓ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଶ୍ନ ଉଠିଛି ।

Comments are closed.