ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ବେଙ୍ଗାଲୁର ସ୍ଥିତ ସେଂଟର ଅଫ ଏକ୍ସିଲେନ୍ସିରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଫିଟ ହେବାକୁ ଚାହୁଁଛନ୍ତି । ଡିସେମ୍ବର ୫ରେ ତାଙ୍କ ଫଟନେସ ଯାଂଚ କରାଯିବ । ଯଦି ସବୁ କିଛି ଠିକଠାକ ରୁହେ ତେବେ ସେ ଟି୨୦ ସିରିଜରେ ଖେଳିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ପରେ ସେ ଦ୍ୱିତୀୟ ଟେଷ୍ଟ ଏବଂ ଦିନିକିଆ ସିରିଜରୁ ଓହରି ଯାଇଥିଲେ ।
ସେ ହାଲକା ବ୍ୟାଟିଂ ଅଭ୍ୟାସ କରିଥିଲେ । ଏଥିରେ କୌଣସି ଯନ୍ତ୍ରଣା ଅନୁଭବ କରି ନ ଥିବା ଜଣାପଡିଛି । ସେହିପରି ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଫିଟ ହୋଇଛନ୍ତି । ଯେତେଦୂର ସମ୍ଭବ ସେ ଟି୨୦ ସିରିଜକୁ ପ୍ରତ୍ୟାବର୍ତନ କରିବେ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ଦୁଇ ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ ହେବା ଜରୁରୀ । ଡିସେମ୍ବର ୯ରେ ଟି୨୦ ସିରିଜ କଟକରୁ ଆରମ୍ଭ ହେବ ।