Latest Odisha News

BREAKING NEWS

ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..

ଭୁବନେଶ୍ୱର: ଓଡ଼ିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି ବୋଲି ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି ଏହାଦ୍ଵାରା ଓଡିଶା ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ । ସେ କହିଛନ୍ତି ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ୨୦୨୫ରେ ନିଯୁକ୍ତି କରାଯାଇଛି । ଯାହାଦ୍ଵାରା ଓଡିଶା ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ।

Leave A Reply

Your email address will not be published.