Latest Odisha News

ସପ୍ତାହକ ମଧ୍ୟରେ ଦେବାକୁ ପଡିବ ୧୦୨ କୋଟି; ସୁପ୍ରିମକୋର୍ଟଙ୍କ ଟେଲିକମ କମ୍ପାନୀକୁ ଝଟକା !

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀକୁ ସୁୁପ୍ରିମକୋର୍ଟଙ୍କ ବଡ ଝଟକା । ରିଭ୍ୟୁ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ଅଦାଲତ । ଗତ ଅକ୍ଟୋବର ୨୪ରେ ଯେଉଁ ରାୟ ଶୁଣାଇଥିଲେ ତାହା ଉପରେ କୋର୍ଟ ଅଟଳ ରହିଛନ୍ତି ।

ଏଣୁ ଭୋଡାଫୋନ୍, ଆଇଡିଆ ଓ ଏୟାରଟେଲଙ୍କୁ ଏବେ ସପ୍ତାହ ମଧ୍ୟରେ ୧୦୨ କୋଟି ଟଙ୍କା ଦେବାକୁ ପଡିବ ।

ଏହାପୂର୍ବରୁ ସର୍ବୋଚ୍ଚ ଅଦାଲତ ଏହି ୩ ଟେଲିକମ କମ୍ପାନୀର ଏଜିଆର୍ ମାମଲାର ସାର୍ବଜନୀନ ଶୁଣାଣି କରି ଆବେଦନକୁ ଖାରଜ କରିଥିଲେ ।

କୋର୍ଟଙ୍କ ଏହି ନିଷ୍ପତି ପରେ ଭୋଡାଫୋନ୍ ଓ ଆଇଡିଆଙ୍କୁ ୫୩ ହଜାର ୩୯ କୋଟି ଟଙ୍କା ଦେବାକୁ ପଡିବ । ସେହିପରି ଏୟାରଟେଲକୁ ଏକାକୀ ୩୫ ହଜାର ୫୮୬ କୋଟି ଟଙ୍କା ଦେବାକୁ ହେବ । ତେବେ କୋର୍ଟଙ୍କ ଏହି ନିଷ୍ପତିକୁ ଏୟାରଟେଲ ଅତ୍ୟନ୍ତ ନିରାଶଜନକ କହିଛନ୍ତି ।

ଆଡଜଷ୍ଟେଡ ଗ୍ରସ ରେଭିନୁ୍ୟ ତଥା ‘ଏଜିଆର’ ଟେଲିକମ ବିଭାଗ ଦ୍ୱାରା ଟେଲିକମ କମ୍ପାନୀ ଲାଗି ୟୁସେଜ୍ ଓ ଲାଇସେନ୍ସ ଫି ଧାର୍ଯ୍ୟ ହୋଇଥାଏ । ଏହା ୨ ଭାଗରେ ବିଭାକ୍ତ ହୋଇଥାଏ । ଏଥିରୁ ସ୍ପେକ୍ଟ୍ରମ ୟୁଜେସ ଚାର୍ଜ ଓ ଲାଇସେନ୍ସ ଫି ଆଦାୟ ହୋଇଥାଏ ।

Comments are closed.