Latest Odisha News

BREAKING NEWS

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ

ଭୁବନେଶ୍ଵର: ବହିଷ୍କାର ପରେ ଗିରଫ ହେଲେ ସଙ୍ଗୀତ ମ‌ହାବିଦ୍ୟାଳୟ ଅଭିଯୁକ୍ତ ଅଧ୍ୟାପକ ଶତୃଘ୍ନ ସାମଲ । ଛାତ୍ରୀ ଅସଦାଚରଣ ଅଭିଯୋଗରେ ବହିଷ୍କାର ପରେ ଗିରଫ ହେଲେ ସଙ୍ଗୀତ ମ‌ହାବିଦ୍ୟାଳୟ ଅଧ୍ୟାପକ ଶତୃଘ୍ନ ସାମଲ । ଏବେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ଖାରବେଳ ନଗର ଥାନା ପୋଲିସ ।

ସେ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍‌ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା । ଏହି ଘଟଣାକୁ ନେଇ ଛାତ୍ରୀମାନେ କ୍ୟାମ୍ପସରେ ହଙ୍ଗାମା କରିବା ସହ ରାଜରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅଧ୍ୟାପକ ଶତୃଘ୍ନ ସାମଲଙ୍କୁ ବହିଷ୍କୃତ କରାଯାଇଥିଲା । କ୍ୟାମ୍ପସରେ ସଂସ୍କୃତି ବିଭାଗର ତିନି ଜଣିଆ ଟିମ୍ ପହଂଚି ତଦନ୍ତ କରିଥିଲେ । ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୋଲିସ ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଜଣେ ଆନ୍ଦୋଳନରତ ଛାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଥିଲା । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.