ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତୀ ଘଟଣାରେ ସିବିଆଇର ବଡ଼ ଆକ୍ସନ । ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡକୁ ଉଠାଇ ଆଣିଲା ସିବିଆଇ । ମାଷ୍ଟରମାଇଣ୍ଡକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଲା ସିବିଆଇ । ମାଷ୍ଟରମାଇଣ୍ଡ ବିରଞ୍ଚି ନାରୟଣ ନାୟକ ସିବିଆଇରେ ଅଟକ । ଏସଆଇ ଜାଲିଆତିରେ ସିବିଆଇର ପ୍ରଥମ ଆକ୍ସନ ।
ଦଲାଲ ଅରବିନ୍ଦ ଦାସର ସହଯୋଗୀ ହେଉଛି ବିରଞ୍ଚି ନାୟକ । ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା ରହିଛି । ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସୂଚନା ପାଇଥିଲା ସିବିଆଇ ।
ଏସଆଇ ଚାକିରି ପାଇଁ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିରଞ୍ଚି ନେଇଥିବା ସୁରାକ ପାଇଛି କେନ୍ଦ୍ରୀୟ ତଦନ୍ତକରା ସଂସ୍ଥା । ସେନେଇ ବିରଞ୍ଚିକୁ ଘନ ଘନ ଜେରା କରୁଛି ସିବିଆଇ ।