Latest Odisha News

BREAKING NEWS

ଚୋରା ବନ୍ଧୁକ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀ କାବୁ, ଅସ୍ତ୍ରଶସ୍ତ୍ର ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ଦୁଇଟି 9mm ପିସ୍ତଲ, 7.65 mm 8ଟି ପିସ୍ତଲ, ଜୀବନ୍ତ ଗୁଳି ଜବତ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ ।

ଘଟଣାରେ ୨ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୋଲିସ । ଗିରଫ ଦୁଇଜଣ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଲେ ସୁମନ୍ତ ନାୟକ ଓ ସୌଭାଗ୍ୟ ନୟକ । ପୂର୍ବରୁ ସୁମନ୍ତଙ୍କ ନାରେ ୬ଟି ମାମଲା ଓ ସୌଭାଗ୍ୟଙ୍କ ନାରେ ୪ଟି ମାମଲା ଥିବା କମିଶନରେଟ ପୁଲିସ ସୂଚନା ଦେଇଛି ।

ସୂଚନାମୁତାବକ, ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ । ହେଲେ ଉକ୍ତ କାରର ପିଛା କରି ପୋଲିସ ଶେଷରେ କାବୁ କରିଥିଲା ।

ଏହି ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ରାକେଟ୍‌ ରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୁଲିସ ଛାନଭିନ୍ ଚଳାଇଛି।

 

Leave A Reply

Your email address will not be published.