କେନ୍ଦ୍ରାପଡା: ବନ ବିଭାଗ ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏଥିସହ ୨ଟି ଟ୍ରଲରକୁ ଜବତ କରାଯାଇଛି । ଏହିମାନେ ଅଲିଭରିଡ୍ଲେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ । ଗିରଫ ହୋଇଥିବା ମତ୍ସ୍ୟଜୀବୀମାନେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାର ବୋଲୁ ସୂଚନା ରହିଛି ।
ଭିତରକନିକା ଏସିଏଫ ମାନସ ଦାସଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୨୦୦ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇସାରିଛି।
ସୂଚନାଥାଉକି, ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧ରୁ ୭ ମାସ ପର୍ଯ୍ୟନ୍ତ ଧାମରାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ୨୦ କିଲୋମିଟର ଦୂର ଯାଏ ସାମୁଦ୍ରିକ ଅଞ୍ଚଳରେ ଟ୍ରଲରରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି। କାରଣ ଏହି ସମୟ ହେଉଛି ଅଲିଭ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଋତୁ ।