Latest Odisha News

BREAKING NEWS

Vigilance Raid: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ASI ବାବୁ

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦକିଶୋର ଦାସ। ଜମିବାଡି ମାମଲାକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଚଳାଇଛି।

ଯାଜପୁର ବଡ଼ବଜାର ଅଞ୍ଚଳର ରସାନନ୍ଦ ସାହୁ ଓ ସାନଭାଇ ଦୋଳଗୋବିନ୍ଦ ସାହୁଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ୨୦୧୫ରେ ବିବାଦ ଦେଖାଦେଇଥିଲା। ଦୋଳଗୋବିନ୍ଦଙ୍କୁ ମାମଲାରେ ସାହାଯ୍ୟ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦୋଳଗୋବିନ୍ଦ ୧୦ ହଜାର ଟଙ୍କା ଦେବା ପାଇଁ ଅସମର୍ଥ ପ୍ରକାଶ କରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଦୋଳ ଗୋବିନ୍ଦ ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ବିଭାଗ ଏଏସ୍‌ଆଇ ଦାସଙ୍କୁ ଟଙ୍କା ସହ ମାଡ଼ି ବସିଥିଲା।

ଏହି ଚଢ଼ାଉରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁରର ଭିଜିଲାନ୍ସ ଉପସ୍ଥିତ ଥିଲେ।

Leave A Reply

Your email address will not be published.