ଭୁବନେଶ୍ୱର: ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ଓଡ଼ିଶା ସମେତ ଝାଡ଼ଖଣ୍ଡ ଭଳି ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । କାମରେ ଅବହେଳା କରୁଥିବା ଦେଶର ପ୍ରାୟ ୬୫୩ଟି ଏଜେନ୍ସି ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି ।
ଗୃହରେ ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ଯେ, ୭୭.୧୦ ପ୍ରତିଶତ ଲୋକଙ୍କ ଘରେ ପହଞ୍ଚି ସାରିଛି ପିଇବା ପାଣି । ୮୮.୬୬ ଲକ୍ଷ ପରିବାରରୁ ୬୮.୩୬ ଳକ୍ଷ ଘରେ ପାଣି ପହଞ୍ଚିଛି । ୧୫ ହଜାର ୪୨୦ ଗାଁକୁ ସିଙ୍ଗିଲ ଓ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାଣି ଦିଆଯାଉଛି । ପରିବାର ସହ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ବିଗତ ସରକାର କେବଳ ବସୁଥିଲେ, କିନ୍ତୁ ବର୍ତ୍ତମାନର ସରକାର ପ୍ରକଳ୍ପ ଶେଷ କରି ଉଦ୍ଘାଟନ କରିବା ଲକ୍ଷ୍ୟରେ ଅଛନ୍ତି । ଯଦି କୌଣସି ସଂସ୍ଥା ଖରାପ କାମ କରନ୍ତି, ତେବେ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।